୧୧ଟି ଭାଷାରେ ଜାରି ହେବ ‘ମୋଦୀ ହଟାଓ ଦେଶ ବଚାଓ’ ପୋଷ୍ଟର

ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ‘ମୋଦୀ ହଟାଓ ଦେଶ ବଚାଓ’ର ପୋଷ୍ଟର ୧୧ଟି ଭାଷାରେ ଜାରି କରିଛି । ଏଥିରେ ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ, ପଞ୍ଜାବୀ, ଗୁଜରାଟୀ, ତେଲୁଗୁ, ବଙ୍ଗାଳି, ଓଡ଼ିଆ, କନ୍ନଡ, ମଲୟଲମ ଓ ମରାଠୀ ପ୍ରମୁଖ ସାମିଲ ରହିଛି । ଆପ୍ ମାର୍ଚ୍ଚ ୩୦ ତାରିଖରେ ସମଗ୍ର ଦେଶରେ ‘ମୋଦୀ ହଟାଓ ଦେଶ ବଚାଓ’ ପୋଷ୍ଟର ଲଗାଇବ । ଏହି ଅଭିଯାନ ଅନ୍ତର୍ଗତ ମାର୍ଚ୍ଚ ୨୩ରେ ଆପ୍ ଜନ୍ତର ମନ୍ତରରେ ମଧ୍ୟ ବଡ଼ ଜନସଭା କରିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପୂର୍ବରୁ ଏପରି ପୋଷ୍ଟର ଲଗାଇବା ଦ୍ୱାରା ଦିଲ୍ଲୀ ପୁଲିସ ୧୦୦ରୁ ଅଧିକ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରିଥିଲା । ପୋଷ୍ଟର ଲଗାଇବାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ ।