ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଦେଶ ଛାଡ଼ି ପଳାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏଭଳି ସ୍ଥିତିରେ ଜେଲେନସ୍କି ନିଜ କାର୍ଯ୍ୟାଳୟରୁ ଭିଡିଓ ଜାରି କରି ସମସ୍ତଙ୍କୁ ଚୁପ କରାଇ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ, ମୁଁ ଏବେ ୟୁକ୍ରେନ ରାଜଧାନୀ କିଭର ବଂକୋବା ଷ୍ଟ୍ରୀଟରେ ଅଛି । ମୁଁ ଲୁଚିନି କି କାହାକୁ ଡରୁନି । ଦେଶଭକ୍ତି ପାଇଁ ଲଢ଼ା ଯାଉଥିବା ଯୁଦ୍ଧକୁ ଜିତିବା ପାଇଁ ମୁଁ ଯଥାସମ୍ଭବ ପ୍ରୟାସ କରିବି । ପ୍ରତି ସହର ଓ ପ୍ରତି ଗଳିରେ ଋଷ ସୈନ୍ୟକୁ ଜବାବ ଦିଆଯାଉଛି । ଆମ ନାଗରିମାନେ ହିରୋ ଭଳି ସେମାନଙ୍କୁ ପ୍ରତିରୋଧ କରୁଛନ୍ତି । ୟୁକ୍ରେନ ଆକ୍ରମଣ ଋଷ ପାଇଁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି ।
ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଛି । ଯୁଦ୍ଧ ଆରମ୍ଭ ହେବା ପରେ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ପ୍ରଥମଥର ପାଇଁ ସାମ୍ନାକୁ ଆସିଛନ୍ତି ।