କୁଆଁପାଳ,ଏନ୍ଏନ୍ଏସ୍: ୟୁକ୍ରେନ ଉପରେ ଋଷର ସାମରିକ ଆକ୍ରମଣ ପରେ ସେଠାରେ ଫସି ରହିଥିବା ଓଡିଆ ଛାତ୍ର ଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ୟୁକ୍ରେନର ବିଭିନ୍ନ ସହରରେ ବହୁ ଓଡିଆ ଡାକ୍ତରୀ ଛାତ୍ର ଛାତ୍ରୀ ଯୁଦ୍ଧ ସମୟରେ ଫସି ରହିଥିଲେ। ଓଡିଶା ଭବନର ପ୍ରେସିଡେଣ୍ଟ କମିସନର ରବିକାନ୍ତଙ୍କ ଉଦ୍ୟମ ଯୋଗୁଁ ଓଡିଶାର ୩୦୦ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚିଛନ୍ତି।
ସେଥିମଧ୍ୟରୁ ମାହାଙ୍ଗା ବ୍ଲକ ଉମର ପଂଚାୟତ ଅନ୍ତର୍ଗତ ଓସ୍ତପୁର ଗ୍ରାମର ଡାକ୍ତରୀ ଛାତ୍ରୀ ସୁଚୀମିିତା ମହାପାତ୍ର ଦିଲ୍ଲୀରେ ପହଞ୍ଚିବା ପରେ ନୂଆଦିଲ୍ଲୀର ବିମାନ ବନ୍ଦରରେ ସମାଜସେବୀ ତଥା ମାହାଙ୍ଗା ଅଂଚଳର ବ୍ୟକ୍ତି ଇଂ. ଅକ୍ଷୟ ସାମଲ ସୂଚୀମିତା ମହାପାତ୍ରଙ୍କୁ ଭେଟି ତାଙ୍କର ସମସ୍ୟା ସଂପର୍କରେ ବୁଝିଥିଲେ। ଇଂ. ଶ୍ରୀ ସାମଲ କୋଭିଡ୍ ସମୟରେ ପ୍ରବାସୀ ଓଡିଆଙ୍କୁ ସହାୟତାର ହାତ ବଢାଇ ସେମାନଙ୍କର ଚିକିତ୍ସା କରାଇବାରେ ମୁଖ୍ୟ ଭୂମିକା ଗ୍ରହର କରି ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଥିଲେ।