ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ ଔଷଧୀ ଦିବସ ଅବସରରେ ଜନ ଔଷଧୀ କେନ୍ଦ୍ରର ଲାଭାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ମୋଦୀ କହିଛନ୍ତି ଯେ, ଆମ ସରକାର କ୍ୟାନ୍ସର, ମଧୁମେହ, ହୃଦରୋଗ ଓ ଟିଭି ଭଳି ରୋଗର ଚିକିତ୍ସା ପାଇଁ ୮ଶହରୁ ଅଧିକ ଔଷଧର ମୂଲ୍ୟ ଉପରେ ନିୟନ୍ତ୍ରଣ କରିଛି । ଆଜି ଦେଶରେ ୮, ୫୦୦ରୁ ଅଧିକ ଜନ ଔଷଧୀ କେନ୍ଦ୍ର ଖୋଲିଛି । ଏହି କେନ୍ଦ୍ର ଏବେ କେବଳ ସରକାରୀ ଷ୍ଟୋର ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ସମାଧାନର କେନ୍ଦ୍ର ପାଲଟିବ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି କେନ୍ଦ୍ରରେ ମହିଳାଙ୍କ ପାଇଁ ସାନିଟାରୀ ନ୍ୟାପକିନ୍ ୧ଟଙ୍କା ମୂଲ୍ୟରେ ମଧ୍ୟ ମିଳୁଛି । ଚଳିତ ଆର୍ଥିକ ବର୍ଷରେ ଜନ ଔଷଧୀ କେନ୍ଦ୍ର ଜରିଆରେ ୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଔଷଧ ବିକ୍ରି ହୋଇଛି । ଏହି କେନ୍ଦ୍ର ଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକଙ୍କର ପାଖାପାଖି ୫ ହଜାର କୋଟି ଟଙ୍କା ବଞ୍ଚିଛି ।