ଋଷିଆ ସମ୍ପତ୍ତି ଜବତ କରିବ ୟୁକ୍ରେନ

ନୂଆଦିଲ୍ଲୀ,ଏଜେନ୍ସି: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରଶମିତ କରିବା ଲାଗି ସାରା ବିଶ୍ବ ସମୁଦାୟ ଜାରି ରଖିଛନ୍ତି ଉଦ୍ୟମ। ଏପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଏହି ମହାସମରକୁ ଆଜି ୧୬ ଦିନ ପୂରିଛି। ଏଥିସହ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଋଷ ପକ୍ଷରୁ ବ୍ୟବସାୟିକ ଓ ଆର୍ଥିକ ଅଙ୍କୁଶ ଲଗାଯାଇଛି। ଅପରପକ୍ଷରେ ଋଷକୁ ମାତ୍‌ ଦେବା ଲାଗି ୟୁ୍କ୍ରେନ ନେଇଛି ଶକ୍ତ ପଦକ୍ଷେପ। ତେବେ ୟୁକ୍ରେନରେ ଥିବା ଋଷିଆର ସମ୍ପତ୍ତି ଜବତ କରିବାକୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସାଇନ୍‌ କରିଛନ୍ତି।

ଏହା ୟୁକ୍ରେନରେ ଥିବା ଋଷର ଫେଡେରେସନ୍ କିମ୍ବା ଏହାର ବାସିନ୍ଦାଙ୍କୁ କୌଣସି କ୍ଷତିପୂରଣ ବିନା ସମ୍ପତ୍ତି ଜବତ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥାଏ ଅନ୍ୟପଟେ ମାର୍ଚ୍ଚ ୩ରେ ୟୁ୍କ୍ରେନ ସଂସଦରେ ଏହି ଆଇନକୁ ପାରିତ କରାଯାଇଥିଲା। ଗୁରୁବାର ଏନେଇ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି। ଏଥିସହ ସେହି ଦିନ ୟୁକ୍ରେନର ଦି କିଭ୍‌କୁ ସ୍ବାଧୀନ ଭାବେ ଘୋଷଣା କରାଯାଇଥିଲା।