ଯୁଦ୍ଧ ପ୍ରଭାବିତ ଲୋକଙ୍କ ପାଇଁ ମାନବୀୟ ସହାୟତା ୱେବସାଇଟ ଲଞ୍ଚ କଲା ୟୁକ୍ରେନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୨୮ ଦିନରେ ପହଂଚିଛି । ଋଷର ଆକ୍ରମଣ ଯୋଗୁ ୟୁକ୍ରେନର ଭିନ୍ନ ଭିନ୍ନ ସହ ନଷ୍ଟ ହୋଇଯାଇଥିବାବେଳେ ଭାରୀ ସଂଖ୍ୟାରେ ଲୋକ ପଳାୟନ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ସାହଯ୍ୟ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ମାନବୀୟ ସହାୟତା ୱେବସାଇଟ ଲଞ୍ଚ କରିଛନ୍ତି । ଏହି ୱେବସାଇଟ ଦ୍ୱାରା କାହାକୁ ଏବଂ କିପରି ସହାୟତା କରାଯିବ ତାହା ଜଣାପଡ଼ିବ । ଏହି ପୋର୍ଟାଲ ବିଦେଶୀ ଓ ୟୁକ୍ରେନୀ ମାନବୀୟ ସହାୟତା କେନ୍ଦ୍ର ମାଧ୍ୟମରେ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ସାହଯ୍ୟ କରିବ ବୋଲି ଜଣାପଡ଼ିଛି ।

ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସିର କହିବାନୁସାରେ, ଫେବୃଆରୀ ୨୪ରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୨ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି ।