କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସମ୍ଭାଳିବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି । ଏନେଇ କ୍ରାଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ଉକ୍ତ ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ରାଜ୍ୟ ଭିତରେ ସବୁ ଘଟଣାର ତଦନ୍ତ କରିବ । ଅନ୍ୟ ଟିମ୍ ଅଭିଯୁକ୍ତଙ୍କୁ ଗିରଫ ଏବଂ ରାଜ୍ୟ ବାହାର ସଂପୃକ୍ତିର ତଦନ୍ତ କରିବ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଜ୍ୟ ବାହାରେ ଅଛନ୍ତି ବୋଲି ସୂଚନା ମିଳିଛି । ତାଙ୍କୁ ଧରିବାକୁ ଟିମ୍ ରାଜ୍ୟ ବାହାରକୁ ଯିବ ।