ମାର୍ଚ୍ଚ ୩୧ରୁ ହଟିବ ସମସ୍ତ କରୋନା କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଫଳରେ ମାର୍ଚ୍ଚ ୩୧ଠାରୁ ସରକାର ସମସ୍ତ କରୋନା କଟକଣା ହଟାଇବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କିନ୍ତୁ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୧୭୭୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୬୨ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩ହଜାର ୮୭ ହୋଇଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ୬ଲକ୍ଷ ୭୭ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ରାଷ୍ଟ୍ରବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୧୮୧.୮୯ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି ।