ଋଷ ସୀମାରେ ପସି ୟୁକ୍ରେନର ପ୍ରଥମ ଆକ୍ରମଣ

ନୂଆଦିଲ୍ଲୀ: ଋଷ ସୀମାରେ ପସିି ୟୁକ୍ରେନ ପ୍ରଥମଥର ପାଇଁ ଆକ୍ରମଣ କରିଛି । ଏହି ଆକ୍ରମଣ ବେଲଗୋରୋଡ ଇନ୍ଧନ ଡିପୋରେ ହୋଇଛି । ବେଲଗୋରୋଡ ରାଜ୍ୟପାଳଙ୍କ କହିବା ମୁତାବକ, ଇନ୍ଧନ ଡିପୋରେ ୟୁକ୍ରେନର ଏୟାରଷ୍ଟ୍ରାଇକ ଯୋଗୁ ନିଆଁ ଲାଗିଛି । ଏହି ଆକ୍ରମଣ ଯୋଗୁ ଡିପୋରେ କାମ କରୁଥିବା ୨ଜଣ ଶ୍ରମିକ ଆହତ ହୋଇଛନ୍ତି । ଗଭର୍ଣ୍ଣରଙ୍କ ଦାବି ଯଦି ସତ ହୋଇଥାଏ ତେବେ ଋଷରେ ଏହା ହେଉଛି ୟୁକ୍ରେନର ପ୍ରଥମ ଆକ୍ରମଣ । ବର୍ତ୍ତମାନ ସୁଦ୍ଧା କେବଳ ଋଷ ହିଁ ୟୁକ୍ରେନ ସୀମାରେ ପସି ଆକ୍ରମଣ କରୁଥିଲା ।

ଯୁଦ୍ଧ ଆରମ୍ଭ ହେବାଠୁ ଏବେ ପର୍ଯ୍ୟନ୍ତ ୧୭,୭୦୦ ଋଷୀୟ ସୈନିକ ପ୍ରାଣ ହରାଇଥିବା ନେଇ ୟୁକ୍ରେନ ଦାବି କରିଛି । ଏଥିସହିତ ଋଷର ୧୪୩ ବିମାନ, ୧୩୧ ହେଲିକପ୍ଟର, ୬୨୫ ଟ୍ୟାଙ୍କ, ୨୪ ବିଶେଷ ଉପକରଣ ନଷ୍ଟ ହୋଇଥିବା ୟୁକ୍ରେନ କହିଛି ।