କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବିଧାୟକ ତଥା ପଞ୍ଚାୟତରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ମାହାଙ୍ଗାସ୍ଥିତ ନିଜ ବାସଭବନରେ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୩୦ ଜଣ ଦିବ୍ୟାଙ୍ଗଙ୍କୁ ୩ ଚକିଆ ବୈଦ୍ୟୁତିକ ଯାନ ପ୍ରଦାନ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ବ୍ଲକରୁ ୧୯ ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକରୁ ୧୧ ଜଣ ମୋଟ ୩୦ ଜଣ ଦିବ୍ୟାଙ୍ଗଙ୍କୁ ଗୋଟିଏ ଲେଖାଏଁ ବୈଦ୍ୟୁତିକ ଯାନ ପ୍ରଦାନ କରିଛନ୍ତି।
ଏହିି କାର୍ଯ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ରୋଜୀ ସେଠୀ, ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ମାହାଙ୍ଗା ପଞ୍ଚାୟତ ସମିତି ଅଧିନସ୍ଥ ସମସ୍ତ ୪ଟି ଜିଲ୍ଲାପରିଷଦ ସଭ୍ୟସଭ୍ୟା ଓ ମାହାଙ୍ଗା ବ୍ଲକ୍ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଉଭୟ ବ୍ଲକର ବହୁ ବିଜୁ ଜନତା ଦଳର କର୍ମୀ ଯୋଗଦେଇଥିଲେ। ମାନ୍ୟବର ବିଧାୟକ ତଥା ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକ୍ରମକୁ ବୈଦ୍ୟୁତିକ ଯାନ ପାଇଥିବା ସମସ୍ତ ୩୦ ଜଣ ଦିବ୍ୟାଙ୍ଗମାନେ ଭୂୟଶୀ ପ୍ରଶଂସା କରିଛନ୍ତି।