ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମିଳିଛି ହତ୍ୟା ଧମକ। ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ୍ ଆସିଥିବା ଜଣାପଡ଼ିଛି। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକ ବୋଲି ଉଲ୍ଲେଖ କରି ଉଦ୍ଧବଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି। ମୁୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି। ଉଦ୍ଧବଙ୍କୁ ଧମକ ମିଳିବା ପରେ ତାଙ୍କ ବାସଭବନର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି । ପ୍ରକାଶ ଯେ, ମାତୋଶ୍ରୀରେ ଟେଲିଫୋନ ଅପରେଟରଙ୍କ ନିକଟକୁ ଶନିବାର ରାତିରେ ୨ଥର ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଦାଉଦ୍ ଇବ୍ରାହିମର ଲୋକ ବୋଲି ଉଲ୍ଲେଖ କରି ମାତୋଶ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା।