ଇସଲାମାବାଦ,ଏଜେନ୍ସି: ପାକିସ୍ତାନ ସହିତ ୧୧ଟି ରାଷ୍ଟ୍ରକୁ ନୂତନ ଭିସା ପ୍ରଦାନ ଉପରେ ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) ରୋକ ଲଗାଇଛି। ଆଗାମୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି କୁହାଯାଇଛି। ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ ସୂଚନା ଦେଇଛନ୍ତି।
ବାଣିଜ୍ୟ, ପର୍ଯ୍ୟଟକ ଓ ଛାତ୍ର ଭିଜାକୁ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ତୁର୍କୀ, ଇରାନ, ୟେମେନ, ସିରିଆ, ଇରାକ, ସୋମାଲିଆ, ଲିବିଆ, କେନିଆ, ଆଫଗାନିସ୍ତାନ ରହିଥିବାବେଳେ ଅନ୍ୟ ୨ଟି ରାଷ୍ଟ୍ର ସମ୍ପର୍କରେ ସୂଚନା ମିଳିପାରିନାହିିଁ।