ଜମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ସଫା

ଶ୍ରୀନଗର,ଏଜେନ୍ସି: ଜମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ। ହାଣ୍ଡୱାରାର ନିଚାମା ରାଜଓ୍ବାରରେ ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଫଳରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀରଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା।

ସେହିପରି ଗଣ୍ଡରବାଲ ଓ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଲସ୍କର-ଏ-ତୋଏବାର ଆତଙ୍କୀ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦ ଓ ଜଣେ ପାକିସ୍ତାନୀ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଛି।