ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ନିଜ ପାର୍ଟି ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏହାର ପ୍ରଥମ ୟୁନିଟ ୧୪ ଦିନ ମଧ୍ୟରେ କଶ୍ମୀରରେ ଆରମ୍ଭ ହେବ । ଏନେଇ ଗୁଲାମ ନବୀଙ୍କ ନିକଟତର ଜୀଏମ ସରୁରୀ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ଗତକାଲି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆଲୋଚନା କରିଥିଲେ ।