ସିଂଘୁ ସୀମାରେ ହତ୍ୟା ମାମଲା: ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଅନ୍ୟ ୨ ନିହଙ୍ଗ

ଚଣ୍ଡୀଗଡ଼,ଏଜେନ୍ସି: ସିଂଘୁ ସୀମାରେ ୩୫ ବର୍ଷୀୟ ଦଳିତ ଯୁବକଙ୍କୁ ହତ୍ୟା ମାମଲାରେ ୨ ଜଣ ଅନ୍ୟ ଅଭିଯୁକ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହା ପୂର୍ବରୁ ନିହଙ୍ଗ ସରବଜୀତ ସିଂହ ଲଖବୀରକୁ ହତ୍ୟା କରିଥିବା ଦାବି କରି ଶୁକ୍ରବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। କୋର୍ଟ ସରବଜୀତ ସିଂହକୁ ପୁଲିସ ରିମାଣ୍ଡରେ ଛାଡ଼ିଛି।

ଶୁଣାଣୀ ସମୟରେ କୋର୍ଟ ପୁଲିସକୁ କହିଛନ୍ତି ଯେ, ଏବେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଜବତ କରିବାର ବାକି ଅଛି। ପୁଲିସ ଦାବି କରିଛି ଯେ, ନିହଙ୍ଗ ସରବଜୀତ ସିଂହ ନିଜର ବୟାନରେ ୪ ଜଣଙ୍କ ନା କହିଛି। ସେମାନଙ୍କୁ ଖୋଜା ଚାଲିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହରିୟାଣା ପୁଲିସ ଗୁରଦାସପୁର ଓ ଚମକୌର ଯିବ।

ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ହୋଇଥିବା ଯୁବକଙ୍କ ହତ୍ୟା ପାଇଁ ନିହଙ୍ଗ ସମୂହ ନିର୍ବେର ଖାଲସା-ଉଡନା ଦଳ ନିଜକୁ ଦାୟୀ କହିଛି। ନିହଙ୍ଗ ସମୂହର ଏକ ଭିଡିଓ କ୍ୟାମେରା ସାମ୍ନାରେ ସ୍ବୀକାର କରିଛନ୍ତି ଯେ, ତାଙ୍କର ସମୂହ ନିହଙ୍ଗ ଲଖବୀରକୁ ହତ୍ୟା କରିଛନ୍ତି। ଘଟଣା ବଳିମ୍ବିତ ରାତି ୩ଟାରେ ହୋଇଥିଲା। ସେ ଧାର୍ମିକ ଗ୍ରନ୍ଥର ଅପମାନ କରିଥିଲେ। ଯଦି କେହି ଏଭଳି କାମ କରେ, ତା’ହେଲ ଏମିତି କରାଯିବ।