ନିୟମ ଉଲ୍ଲଘଂନ କରିବାରୁ ସ୍ପାଇସ୍‌ଜେଟ୍‌ର ଲାଇସେନ୍ସ ରଦ୍ଧ କଲା ଡିଜିସିଏ

ନୂଆଦିଲ୍ଲୀ,ଏଜେନ୍ସି: ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ଉପରେ ଏକ ମାସର ପ୍ରତିବନ୍ଧକ ଲଗାଇଲା ଡିଜିସିଏ। ନିୟମ ଉଲ୍ଲଘଂନ କରିଥିବାରୁ କମ୍ପାନୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୂସାରେ ସ୍ପାଇସ୍‌ଜେଟ୍ ବିମାନ ଦ୍ୱରା କିଛି ବିପଦଜ୍ନନକ ସାମଗ୍ରୀ ପରିବହନ କରାଯାଉଥିବାର ଜଣାପଡିଥିଲା। ଯାହା କରେ ଡିଜିସିଏ ୩୦ ଦିନ ପାଇଁ ସ୍ପାଇସଜେଟ୍ ର ଲାଇସେନ୍ସ ରଦ୍ଧ କରିଛି। ଏହି ସମୟ ମଧ୍ୟରେ ସ୍ପାଇସଜେଟ୍ ଲିଥିୟମ୍ ବ୍ୟାଟେରୀ ସମତେ ଅନ୍ୟ କୌଣସି ପ୍ରକାରର ମଧ୍‌ୟ ବିପଦଜ୍ନନକ ସାମଗ୍ରୀର ପରିବହନ କରିପାରିବ ନାହିଁ।

ତେବେ ସ୍ପାଇସ୍‌ଜେଟ୍ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଜଣେ ଯାତ୍ରୀ ନିଜ ଲଗେଜରେ କିଛି ବିପଦଜ୍ଜନକ ସାମଗ୍ରୀ ନେଇ ଯାତ୍ରା କରୁଥିଲେ ମାତ୍ର ସେ ଏହାକୁ ଚେକିଙ୍ଗ କରାଇନଥିଲେ। ତଥା ଚେକିଙ୍ଗ ସମୟର ତୃଟିକୁ ନେଇ ସ୍ପାଇସ୍‌ଜେଟ୍ ଉପରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି।