ବାରହା ଆକ୍ରମଣରେ ୨ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: ଲଖନପୁର ବ୍ଲକ୍‌ର କନକତୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୁହାବଗା ଗାଁରେ ଗୁରୁବାର ବଣୁଆ ବାରହା ହାବୁଡ଼ରେ ପଡ଼ି ୨ଜଣ ଗୁରୁତର ଆହତ ହୋଇଛନ୍ତି।


ଆହତ ବ୍ୟକ୍ତିଦ୍ୱୟ ହେଉଛନ୍ତି ଉକିଆ ପଧାନ (୬୭) ଏବଂ ଲଖପତି ଭୋଇ(୬୦)। ସୂଚନା ଅନୁଯାୟୀ ସକାଳୁ ଗ୍ରାମର କିଛି ଲୋକେ ଶୌଚ ପାଇଁ ଯାଇଥିବାବେଳେ ଗୋଟାଏ ବଣୁଆ ବାରହା ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ବାରହା ହାବୁଡ଼ରେ ପଡି ଉକିଆ ଗୁରୁତର ହୋଇ ପଡ଼ିଥିବାବେଳେ ଲଖପତି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼କୁ ନେଇଛନ୍ତି। ଗତ କିଛିଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଧାନ ଫସଲ ଖାଇବା ପାଇଁ ବହୁସଂଖ୍ୟକ ବଣୁଆ ବାରହା ବିଚରଣ କରୁଥିବା ଜଣାଯାଇଛି। ଏହାର ପ୍ରତିକାର ନିମନ୍ତେ ବନବିଭାଗ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ହେଉଛି।