ପ୍ରଧାନମନ୍ତ୍ରୀ ଆବସ ଯୋଜନାର ନାମ ବଦଳାଇବା ପ୍ରତିବାଦରେ ବିଜେପିର ଧାରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାମନ୍ତ୍ରୀ ଆବାସ ଯୋଜନାର ନାମ ବଦଳାଇ ରାଜ୍ୟ ସରକାର ଏହାକୁ ପ୍ରକୃତ ହିତାଧୀକାରୀଙ୍କୁ ନଦେଇ ଶାସକ ଦଳର ଧନୀ ଲୋକଙ୍କୁ ବାଣ୍ଟୁଛନ୍ତି। ଏ ନେଇ ଗୁରୁବାର ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି।

ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟ ସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି କହିଛି ।

ଏହା ବିରୁଦ୍ଧରେ ବିଜେପି ପକ୍ଷରୁ ନିକଟରେ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସପାଲଟି କର୍ପୋରେସନ ଆଗରେ ବିକ୍ଷୋଭ କରାଯାଇଥିଲା । ଏଥି ସହିତ ହିଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ଦେବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏହାର ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟି ।