ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାମନ୍ତ୍ରୀ ଆବାସ ଯୋଜନାର ନାମ ବଦଳାଇ ରାଜ୍ୟ ସରକାର ଏହାକୁ ପ୍ରକୃତ ହିତାଧୀକାରୀଙ୍କୁ ନଦେଇ ଶାସକ ଦଳର ଧନୀ ଲୋକଙ୍କୁ ବାଣ୍ଟୁଛନ୍ତି। ଏ ନେଇ ଗୁରୁବାର ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି।
ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟ ସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି କହିଛି ।

