ମୟୂରଭଞ୍ଜ,ଏନ୍ଏନ୍ଏସ୍: ଗୋ’ ମାଫିଆଙ୍କ ଦ୍ୱାରା ଗୋ’ ସୁରକ୍ଷାକାରୀଙ୍କୁ ଗୁଳିମାଡ଼ ଘଟଣାରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ। ଗତକାଲି ମୟୂରଭଞ୍ଜ କରଞ୍ଜିଆରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଅଧିକ ପଚରାଉଚରା ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ ଏସଡ଼ିପିଓ ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି।
ଖବର ଅନୁସାରେ ଗତକାଲି ସକାଳେ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରି ୨ ଜଣଙ୍କୁ ଗୁରୁତର କରିଥିଲେ।