କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ମାଓବାଦୀର ଆତ୍ମ ସମର୍ପଣ

ଫୁଲବାଣୀ,ଏନ୍ଏନ୍ଏସ୍: କେକେବିନ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ଅଶୋକ କେକେବିଏନ ମାଓ ସଂଗଠନରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ। କନ୍ଧମାଳ ଜିଲ୍ଲାରେ ୭-୮ ବର୍ଷ ଧରି କାର୍ଯ୍ୟ କରିବା ସହ ବିଭିନ୍ନ ହିଂସା କାଣ୍ଡରେ ସମ୍ପୃକ୍ତ ଥିଲେ।

ମାଓ ସଂଗଠନର କାର୍ଯ୍ୟକାଳ ଦିଶା ଭ୍ରଷ୍ଟ ହେବାରୁ ଅସନ୍ତୁଷ୍ଟ ପ୍ରକାଶ କରି ଆଜି କନ୍ଧମାଳ ଅରକ୍ଷୀ ଅଧିକ୍ଷକ ନିକଟରେ ନିଜେ ଆସି ଆତ୍ମ ସମର୍ପଣ କରିଛନ୍ତି। ପରେ ଅନ୍ୟ ମାଓ ସାଥୀ ଭାଇ ମାନଙ୍କୁ ଆତ୍ମ ସମର୍ପଣ ପାଇଁ ଆହ୍ୱାନ କରିଛନ୍ତି।