କୁଆଖାଇ ଟ୍ରାଜେଡି: ମିଳିଲା ୨ ନାବାଳକଙ୍କ ମୃତଦେହ

କଟକ,ଏନ୍ଏନ୍ଏସ୍: କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ନାବାଳକ । ବୁଧବାର ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ନିଖୋଜ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ଜଣେ ମୃତକ ରୀତୁ ରଞ୍ଜନ ମାଧୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ ଯୁବକ କଟକ ପ୍ରତାପନଗରୀ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ୨ ଜଣ ନାବାଳକ ପାଣି ସୁଅରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୨ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ତେବେ ଜଣଙ୍କ ମୃତଦେହ ଗତକାଲି ରାତିରେ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।