କୋରାପୁଟ,ଏନ୍ଏନ୍ଏସ୍: ଦୁଇ ଅପ୍ରାପ୍ତ ବୟସ୍କ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଏକ ଗଛରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କୁନ୍ଦ୍ରାଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ କୁନ୍ଦ୍ରାଗୁଡ଼ା ଗ୍ରାମର ରଘୁନାଥ ଗୌଡ(୧୭) ଓ ଲକ୍ଷ୍ମୀ ଗୌଡ(୧୫)।
ନାବାଳକର ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ରାତ୍ରିରେ ରଘୁନାଥ ଖାଇ ସାରି ବାହାରକୁ ଯାଇ ଆଉ ଫେରିନଥିଲେ। ପରେ ରବିବାର ଗୋଟିଏ ଗଛରେ ଦୁଇଟି ମୃତ ଦେହ ଝୁଲୁଥିବା ଗାଈ ଚରାଳି ପିଲା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ଗାଁ ଲୋକେ ଘଟଣାସ୍ଥଳକୁ ଆସି ରଘୁନାଥ ଓ ଲକ୍ଷ୍ମୀ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।
