ଜମ୍ମୁ କଶ୍ମୀର: ‘ଲଶ୍କର-ଏ-ତଇବାର’ର ୨ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ନିହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ପୁଣି ଥରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କଶ୍ମୀର ଗଣମାଧ୍ୟମକୁ ଏଡି ସୂଚନା ଦେଇଛନ୍ତି । ଆଇଜିପିଙ୍କ ସୂଚନା ଅନୁସାରେ ପୁଲୱାମା ଜିଲ୍ଲାର ଗୁନ୍ଦିପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନାର ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୨ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର କିନ୍ତୁ ସେମାନେ ଲଶ୍କର-ଏ-ତଇବା ପାଇଁ କାମ କରୁଥିଲେ ।

ଆଇଜିପି କହିଛନ୍ତି ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ଅବିଦ ଶାହ, ଯିଏକି ଗତ ୧୩ ତାରିଖରେ ଆମର ଯବାନ ରେୟାଜ ଅହମଦଙ୍କୁ ଗୁଳି କରିଥିଲା । ଆତଙ୍କବାଦୀଙ୍କ ଗୁଳିରେ ରୋୟାଜ ଅହମଦ ସହିଦ ହୋଇଥିଲେ । ସେହିଦିନ ଠାରୁ ଆବିଦ ସେନାର ଟାର୍ଗେଟରେ ଥିଲା । ଗତକାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ସେନା ଓ ଜମ୍ମୁ କଶ୍ମୀର ପୋଲିସ ଗୁନ୍ଦିପୋରା ଅଞ୍ଚଳରେ ଅତର୍କିତ ଭାବେ ଚଢ଼ଉ କରିଥିଲେ । ଆତଙ୍କବାଦୀମାନେ ସେନାର ଯବାନଙ୍କୁ ଦେଖି ବିଚଳିତ ହୋଇଥିଲେ ଏବଂ ଗୁଳି କରିଥିଲେ । କିନ୍ତୁ ସେନାର ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ ।