ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲିଚଉପତି ଘାଟରୁ ଆଜି ସକାଳେ ଦୁଇ ଅଜଣା ମୃତ ଦେହ ଉଧାର ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି। ତେବେ ସେମାନଙ୍କୁ କେହି ହତ୍ୟା କରି ବସ୍ତାରେ ବାନ୍ଧି ନଦୀରେ ଭସାଇ ଦେଇଥିବା ଅନୁମାନ କରାଯାଉଛି। ତେବେ ମୃତକ ଦ୍ୱୟଙ୍କକ ପରିଚୟ ମିଳିନାହିିଁ।
ସୂଚନା ଅନୁଯାୟୀ, ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଶବ ଭାସୁଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସକୁ ଦେଖିବାକୁ ମିଳିଥିଲା। ବସ୍ତାଟି ଦୁଇଦିନ ଧରି ସେଠାରେ ଭାସୁଥିବାର ଲୋକେ ଦେଖିଥିଲେ। ତେବେ ସନ୍ଦେହ ହେବାରୁ ସ୍ଥାନୀୟଲୋକେ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଶବ ବନ୍ଧା ଥିବା ବସ୍ତାକୁ ଉଦ୍ଧାର କରିଥିଲେ।
