ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ଲଇମୁରା–ସାଲୋହୀ ରାସ୍ତାରେ ସୋମବାର ବାଇକ୍ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଝାରମୁଣ୍ଡା ଗ୍ରାମର କୁମର କିସାନ ଓ ସୁଶାନ୍ତ କିସାନ ଆଜି ସକାଳ ୯ଟା ସମୟରେ କୌଣସି କାମ ପାଇଁ ଟିପିରସିଂଘା ଗ୍ରାମପଟୁ ନାଗଦୋ ଗ୍ରାମ ଅଭିମୁଖେ ବାଇକ୍ ଯୋଗେ ଯାଉଥିବାବେଳେ ଭାରସାମ୍ୟ ହରାଇ ବାଇକଟି ରାସ୍ତାକଡରେ ଥିବା ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା।
