ଇରାକରେ ସରକାରୀ ବିରୋଧୀ ପ୍ରଦର୍ଶନ ତୀବ୍ରତର ହେବାରେ ଲାଗିଛି। ତେବେ ଏହି ପରିପ୍ରେକ୍ଷୀରେ ୩୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଇରାକି ସୁରକ୍ଷା ବଳର ଗୁଳିମାଡରେ ଶନିବାର ଦିନ ୬ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଇରାକର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ ଜାରି ରହିଥିବା ଯୋଗୁଁ ସୁରକ୍ଷାକର୍ମୀ ଗୁଳିମାଡ କରୁଛନ୍ତି। ଏଥିରେ ୧୨୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

