ବ୍ରାହ୍ମଣୀଗାଁ ରେ ଦୁଇ ଦିନିଆ ସିଲେଇ ତାଲିମ ଶିବିର ଅନୁଷ୍ଠିତ

ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଦୁଇ ଦିନିଆ ସିଲେଇ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦାମୀୟାନ ସାମାଜିକ ବିକାଶ ଅନୁଷ୍ଠାନ ପକ୍ଷରୁ ସିଷ୍ଟେର ଗରେତି ନାୟକଙ୍କ ତତ୍ତ୍ୱାବଧାନରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୪ଟି ପଞ୍ଚାୟତ ଯଥା ଝିଞ୍ଜିରି ଗୁଡ଼ା, କୁମ୍ଭାରୀ ଗାଁ, କାଟିଙ୍ଗିଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ୪୦ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ।

ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ ନେଇ ଆଗ୍ରହୀ ମହିଳା ଓ ପାଠପଢା ଅଧାରୁ ଛାଡ଼ିଥିବା ବେକାରି ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖାଟିବାକୁ ନଯାଇ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏଣୁ ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯେଉଁମାନେ ଅଧିକ ତାଲିମ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କେନ୍ଦ୍ରର ସୁବିଧା କରାଯାଇ ପାରିବ ବୋଲି ସିଷ୍ଟେର ଗରେତି କହିଥିଲେ। ଏଥିରେ ତାଲିମ ଦାତା ଭାବେ ସିଲେଇ ଶିକ୍ଷୟିତ୍ରୀ ଆନିତା ସେନାପତି ଯୋଗ ଦେଇ କପଡ଼ା କାଟିବା ଓ ଯୋଡ଼ିବାର କୌଶଲାଦି ଶିଖାଇ ଥିଲେ।