ସୁର ସାମ୍ରାଜ୍ଞୀଙ୍କ ବିୟୋଗ: ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଆଜି ପୁରା ଦେଶ ସ୍ତବ୍ଧ ହୋଇ ପଡିଛି। ପ୍ରତି ପ୍ରାନ୍ତରେ ଦିଦିଙ୍କ ବିୟୋଗକୁ ନେଇ ଶୋକର ଛାୟା ଦେଖିବାକୁ ମିଳିଛି।

ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ଦିନ ପାଇଁ ଦେଶରେ ଅର୍ଦ୍ଧ ନମିତ ରହିବ ଜାତୀୟ ପତାକା।

ଆଜି ସକାଳ ୮ଟାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସଂଧ୍ୟା ୬.୩୦ରେ ମୁମ୍ବାଇ ଶିବାଜୀ ପାର୍କରେ ଦିଦିଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ।