କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ମୁସଲମାନ ବସ୍ତିର ମୁସାରଫ ତୁଲ୍ଲା ବୁଧବାର ଅପରାହ୍ଣରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡିଛି।
ମୁସାରଫ୍ କୁଆଁପାଳରୁ ଏକ ବୁଲେଟ ଯୋଗେ ନିଜ ଗାଁ କଲ୍ୟାଣପୁରକୁ ଫେରୁଥିଲା ବେଳେ କଲ୍ୟାଣପୁର ଛକ ଉପରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ତାଙ୍କର ସାମ୍ନା ସାମ୍ନି ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ମାହାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ମୁହଁରେ ଗୁରୁତର ଆଘାତ ଲାଗିବାରୁ ପ୍ରଚୁର ରକ୍ତସ୍ରାବ ହେବା ଦେଖିବାକୁ ମିଳିଥିଲା।