ଗ୍ରାମବାସୀଙ୍କୁ ସିଆର୍‌ପିଏଫ୍‌ଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା,ଏନ୍ଏନ୍ଏସ୍: କେନ୍ଦ୍ରୀୟ ରିର୍ଜଭ ପୁଲିସ ବାହିନୀର ୧୨୭ ବାଟାଲିୟନ ଦ୍ୱାରା ବାଲିଗୁଡା ଥାନା ଅର୍ନ୍ତଗତ ବାରଖମା ଠାରେ ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଆନନ୍ଦ ଝା, ଦ୍ୱିତୀୟ କମାଣ୍ଡାଣ୍ଟ ରୋଥଙ୍ଗଲୁର ଏଲ୍‌ ଫିମେଟ, ଡେପୁଟି କମାଣ୍ଡାଣ୍ଟ ଅଜିତ ସି ବାବୁ, ସହକାରୀ କମାଣ୍ଡାଣ୍ଟ ବିଜୟ ପ୍ରକାଶ ଚୋବେ, ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ଶିବାଶ୍ରିତ ମହନ୍ତ, ବାରଖମା ଫାଣ୍ଡି ଅଧିକାରୀ ଲଳିତ ମୋହନ ସାଗର, ରେବିଙ୍ଗିଆ ପଞ୍ଚାୟତର ସରପଞ୍ଚ ରଞ୍ଜୁଲତା ମଲିକ ,ବାରଖମା ସରପଞ୍ଚ କୁମୁଦିନ ମଲିକ, ପୂର୍ବତନ ସରପଞ୍ଚ କୁନାଲ ପ୍ରଧାନ, ସୁଡ୍ରା ସରପଞ୍ଚ ନରସିଂହ ମଲିକ ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାରଖମା ପଞ୍ଚାୟତର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ସଂଗୀତରେ ନୃତ୍ୟ ପ୍ରର୍ଦଶନ କରିଥିଲେ। ଏହାପରେ ଗ୍ରାମବାସୀଙ୍କୁ ପାଣି ଡ୍ରମ୍‌, ସୋଲାର ଲାଇଟ, ରେଡିଓ ଆଦି ସାମଗ୍ରୀ ବଣ୍ଟନ କରିଥିଲେ।