ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ରୋଗୀଙ୍କ ସେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଦୁଇଟି ଆମ୍ବୁଲାନ୍ସ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଉଦଘାଟନ କରିଛନ୍ତି। ଜିଲ୍ଲାରେ ପୂର୍ବରୁ ୪୨ ଗୋଟି ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ଥିବା ବେଳେ ଏହି ସଂଖ୍ୟା ଏବେ ୪୪ରେ ପହଞ୍ଚିଛି। ଜୟ ହନୁମାନ ଉଦ୍ୟୋଗ ଓ ଅପର୍ଣ୍ଣା ୱାର୍ଲଡ ସ୍କୁଲ ପକ୍ଷରୁ ଏହି ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ, ଜୟ ହନୁମାନ ଉଦ୍ୟୋଗର ତତ୍ତ୍ଵାବଧାରକ ଅନୀଲ କେଡ଼ିଆ, ଅପର୍ଣ୍ଣା ୱାର୍ଲଡ ସ୍କୁଲ ନିର୍ଦ୍ଦେଶକ ଅଜୟ ପୋଦ୍ଦାରଙ୍କ ସମେତ ମହେନ୍ଦ୍ର କେଡ଼ିଆ, ସଞ୍ଜୟ ଲୋଧା, ଓମପ୍ରକାଶ ଖଇତାନ, ମନୀଷ ଡିଡୱାନିଆ, ଆଲୋକ ପୋଦ୍ଦାର, ବଣ୍ଟି କେଡ଼ିଆ ଓ ମଣ୍ଟି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।