ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧,୫୫୧ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ଆଉ ୧୧ ହଜାର ୫୫୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୫ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯ ଜଣ, କଟକରୁ ୭୦୯ ଜଣ, ସମ୍ବଲପୁରରୁ ୬୯୬ ଜଣ, ଯାଜପୁରରୁ ୬୯୫ ଜଣ, କଳାହାଣ୍ଡିରୁ ୫୯୫ ଜଣ, ଅନୁଗୁଳରୁ ୫୮୮ ଜଣ, ମୟୂରଭଞ୍ଜରୁ ୪୯୫ ଜଣ, ନବରଙ୍ଗପୁରରୁ ୪୦୫ ଜଣ, ଗଞ୍ଜାମରୁ ୩୬୮ ଜଣ ଓ ପୁରୀରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୩୪୯, କୋରାପୁଟରୁ ୩୨୧, ବରଗଡ଼ରୁ ୩୧୮, ଜଗତସିଂହପୁରରୁ ୩୦୬, ବଲାଙ୍ଗିରରୁ ୨୮୮, କେନ୍ଦୁଝରରୁ ୨୭୩, ବାଲେଶ୍ୱରରୁ ୨୯୬, ନୟାଗଡ଼ରୁ ୨୬୩, ଝାରସୁଗୁଡ଼ାରୁ ୨୬୨, ସୋନପୁରରୁ ୨୪୮, ରାୟଗଡ଼ାରୁ ୨୨୭, ବୌଦ୍ଧରୁ ୨୧୨, କେନ୍ଦ୍ରାପଡ଼ାରୁ ୨୦୨, ନୂଆପଡ଼ାରୁ ୧୩୬, ଦେବଗଡ଼ରୁ ୧୨୧, ମାଲକାନଗିରିରୁ ୧୦୭, ଢ଼େଙ୍କାନାଳରୁ ୯୧, ଗଜପତିରୁ ୮୬, କନ୍ଧମାଳରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କୋଭିଡ ସୁସ୍ଥ ସଂଖ୍ୟା ୬ ଲକ୍ଷ ୩୫ ହଜାର ୧୭୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।