ବିନୟ ପ୍ରକାଶଙ୍କୁ ରେସିଡେଣ୍ଟ୍ ଅଭିଯୋଗ ଅଧିକାରୀ ଭାବରେ ନିଯୁକ୍ତୀ କଲା ଟ୍ୱିଟର

ନୂଆଦିଲ୍ଲୀ,ଏଜେନ୍ସି: ଟ୍ୱିଟର ନିଜର ଭାରତୀୟ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି। ମାଇକ୍ରୋବ୍ଲଗିଂ ସାଇଟ୍ ବିନୟ ପ୍ରକାଶଙ୍କୁ ରେସିଡେଣ୍ଟ୍ ଅଭିଯୋଗ ଅଧିକାରୀ ଭାବରେ ନାମିତ କରିଛି। ଏହି ପଦକ୍ଷେପ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ ନିୟମ, ୨୦୨୧ ର ଧାରା ୪ (ଡି) ଅନୁଯାୟୀ ହୋଇଛି। ଯେଉଁଥିରେ ଟୁଇଟର ଭାରତରେ ଉପଭୋକ୍ତାମାନଙ୍କ ଅଭିଯୋଗର ପରିଚାଳନା ସମ୍ବନ୍ଧରେ ମାସିକ ରିପୋର୍ଟ ପ୍ରକାଶ କରିବ। ସେମାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସହିତ ସକ୍ରିୟ ମନିଟରିଂ ପ୍ରୟାସର ଫଳାଫଳ ସଂଖ୍ୟା ମଧ୍ୟ ଜଣାଇବ।

ଜୁଲାଇ ୮ରେ ଦିଲ୍ଲୀ ହାଇକୋର୍ଟ ଟ୍ୱିଟରକୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିବା ପରେ ଟ୍ୱିଟର ପ୍ରକାଶଙ୍କ ନିଯୁକ୍ତି କରିଛି। ପୂର୍ବରୁ ଏଥିପାଇଁ ଟ୍ୱିଟର ସୂଚନା ଦେଇଥିଲା ଯେ ଏହା ଅଭିଯୋଗ ଅଧିକାରୀ, ନୋଡାଲ ଅଫିସର ଏବଂ କମ୍ପ୍ଲେନ୍ସ ଅଫିସର ନିଯୁକ୍ତ ପ୍ରକ୍ରିୟାରେ ଅଛି। ଏହା ପୂର୍ବରୁ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ, ନୋଡାଲ ଅଫିସର ଏବଂ କମ୍ପ୍ଲେନ୍ସ ଅଫିସର ନିଯୁକ୍ତ କରିବା ପାଇଁ ଏହା ୮ ସପ୍ତାହ ସମୟ ଆବଶ୍ୟକତା ବୋଲି ଦିଲ୍ଲୀ କୋର୍ଟଙ୍କୁ କହିଥିଲା।

ଟ୍ୱିଟର ପୂର୍ବରୁ ଧର୍ମେନ୍ଦ୍ର ଚାଟୁରଙ୍କୁ ନୂଆ ଆଇଟି ନିୟମ ଅନୁଯାୟୀ ଭାରତ ପାଇଁ ମଧ୍ୟବର୍ତ୍ତୀ ବାସିନ୍ଦା ଅଭିଯୋଗ ଅଧିକାରୀ ଭାବରେ ନିଯୁକ୍ତ କରିଥିଲା। ତେବେ ଗତ ମାସରେ ଚାଟୁର ନିଜ ପଦରୁ ଇସ୍ତଫା ଦେଇଥିଲେ। ନୂତନ ସୋସିଆଲ ମିଡିଆ ନିୟମକୁ ନେଇ ଟ୍ୱିଟର ଭାରତ ସରକାରଙ୍କ ସହ ବିବାଦ ଘେରକୁ ଆସିଛି। ବାରମ୍ବାର ସ୍ମାରକପତ୍ର ସତ୍ତ୍ୱେ ସୁଚିନ୍ତିତ ଅବମାନନା ଏବଂ ଦେଶର ନୂତନ ଆଇଟି ନିୟମ ମାନିବାରେ ସରକାରଙ୍କ ସହିତ ସାମ୍ନାସାମ୍ନୀ ହୋଇଥିଲା। ଏପରିକି କୋର୍ଟରେ ମାମାଲା ଆରମ୍ଭ ହୋଇଛି।