ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନିମନ୍ତ୍ରଣ ରକ୍ଷା କରି ୬ ଜଣ ଅନୁଗାମୀଙ୍କ ସହ ଯିବାକୁ ଜଗଦଗୁରୁ ସମ୍ମତି ଦେଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ଜଗଦଗୁରୁ ଅନୁରୋଧ କରିଛନ୍ତି।

ପ୍ରତିକୂଳ ପରିସ୍ଥିତିରେ ରଥଯାତ୍ରା ଯୋଗୁଁ ଘରେ ରହିବା ଓ ଗଣମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଜଗଦଗୁରୁ ପରାମର୍ଶ ଦେଇଛନ୍ତି।