ହୋଲି ଉତ୍ସବ ସମୟରେ ବିବାଦରୁ ବ୍ରହ୍ମଗିରି ଅଞ୍ଚଳର ଗୋଟିଏ ଗ୍ରାମରେ ୨୦ ବୋମାମାଡ଼

ପୁରୀ,ଏନ୍ଏନ୍ଏସ୍: ହୋଲି ଉତ୍ସବ ସମୟରେ ବିବାଦରୁ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼ ହୋଇଛି। ଦଣ୍ଡୁସିପଡା ଗାଁରେ ୨୦ ରୁ ଅଧିକ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବିବାଦକୁ ନେଇ ଏହି ଅଞ୍ଚଳରେ ବୋମା ମାଡ଼ ହୋଇଥିଲା।

ସେହିପରି ହୋଲି ଖେଳରୁ ସଂଘର୍ଷ ଘଟି ୧୦ ଆହତ ହୋଇଛନ୍ତି। ଗଞ୍ଜାମ ଆସିକା ପାଟିଳିଗୁଡ଼ା ଗାଁରେ ହୋଲି ଖେଳରୁ ସଂଘର୍ଷ ଦୁଇ ସାହି ମଧ୍ୟରେ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ଆହତମାନେ ଚିକିତ୍ସା ପାଇଁ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।