ଘନଉଛି ବାତ୍ୟା ‘ଆସନୀ’ର ବିପଦ, ସତର୍କ କଲା ପ୍ରଶାସନ

ନୂଆଦିଲ୍ଲୀ,ଏଜେନ୍ସି: ଦକ୍ଷିଣ ଆଣ୍ଡାମାନ ସାଗର ଓ ପୂର୍ବ ଭୂ-ମଧ୍ୟରେଖାରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର କ୍ରମଶଃ ସ୍ପଷ୍ଟ ଚିତ୍ର ଜଣାପଡିଛି । ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ରବିବାର ଏହା ଡିପ୍ରେସନ ଓ ଡିପ୍‌ ଡିପ୍ରେସନରେ ପରିଣତ ହେବ । ପରେ ୨୧ ତାରିଖ ସୋମବାର ବେଳକୁ ବାତ୍ୟାର ରୂପ ନେବ।  ଫଳରେ ଦ୍ୱୀପ ସମୂହରେ ଉପୁଜିବାକୁ ଥିବା ପରିସ୍ଥିତିକୁ ନେଇ ଆଣ୍ଡାମାନ-ନିକୋବାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଏନେଇ ପ୍ରଶାସନ ପକ୍ଷରୁ ଦ୍ୱୀପ ସମୂହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ଏଥିରେ ଅସୁରକ୍ଷିତ ଓ ଆଜବେଷ୍ଟ ଛପର ଘରେ ରହୁଥିବା ଲୋକଙ୍କୁ ବାହାର କରିନିଆଯାଉଛି। ମୁଖ୍ୟଶାସନ ସଚିବ ଜିତେନ୍ଦ୍ର ନାରାୟଣ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଥିବା ବେଳେ ଯଥାଶୀଘ୍ର ଲୋକଙ୍କ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦେଇଛନ୍ତି।

ଉଦ୍ଧାର ଲୋକଙ୍କ ଲାଗି ନିର୍ମିତ ଆଶ୍ରୟ ସ୍ଥଳରେ ଯେପରି ଭୋଜନ ଓ ପାଣିର ଅସୁବିଧା ନ ହୁଏ ସେଥିପ୍ରତି ମୁଖ୍ୟ ସାଶନ ସଚିବ ଗୁରୁତ୍ୱ ଦେଇଛି। ପାଗ ଖରାପ ଥିବାରୁ ତୁରନ୍ତ ନୌପରିବହନ ସେବା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମାଛଧରା ଡଙ୍ଗାଙ୍କୁ ସମୁଦ୍ର ବାରଣ କରିଛନ୍ତି।