ମୁମ୍ବାଇ,ଏଜେନ୍ସି: କାଷ୍ଟିଂ ନିର୍ଦ୍ଦେଶକ ଆୟୁଷ ତିୱାରୀ ଜଣେ ଟିଭି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିନେତ୍ରୀ ଜଣଙ୍କ ଭରସୋଭା ଥାନାରେ ଏତଲା କରିବା ପରେ ପୁଲିସ ଧାରା ୩୭୬ରେ ମାମଲା ରୁଜୁ କରିଛି।
ପୁଲିସ ସୂଚନା ଅନୁସାରେ କାଷ୍ଟିଂ ନିର୍ଦ୍ଦେଶକ ଜଣଙ୍କ ୨ ବର୍ଷ ହେବ ଉକ୍ତ ଅଭିନେତ୍ରୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସିଥିଲେ। ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।