ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଗକୁ ଆହୁରି ଶୀତ ବଢ଼ିବ। ଏନେଇ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୪ଟି ରାଜ୍ୟକୁ ବର୍ଷାର ଅକଳନ ମଧ୍ୟ କରିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ହେବ ବୋଲି କୁହାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ଆସନ୍ତା ୩-୪ ଦିନ ଭିତରେ ତାମିଲନାଡ଼ୁ, ପୁଡୁଚେରି, କେରଳ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ। ଏହାପରେ ଦେଶରେ ଶୀତର ଲହରୀ ଆସିବ।