ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

କାନପୁର,ଏଜେନ୍ସି: ଉତ୍ତରପ୍ରଦେଶର କାନପୁର ସ୍ଥିତ ଲାଲ ବଙ୍ଗଳା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ପୀଡ଼ିତା ଭାଇର ୪ ଜଣ ସାଙ୍ଗ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୀଡ଼ିତା ଜଣଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ କାନପୁର ପୁଲିସର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ ଏନେଇ ୨ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ୨ ଜଣ ଫେରାର ଅଛନ୍ତି।

କାନପୁର ଏସପି ରାଜକୁମାର ଅଗ୍ରୱାଲଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ନାବାଳିକାକୁ କିଛି ପିଇବାକୁ ଦେଇ ତାଙ୍କୁ ଅଚେତ କରି ଅପହରଣ କରିଥିଲେ। ପରେ ସେମାନେ ତା ସହ ଦୁଷ୍କର୍ମ କରିଥିଲେ। ଏନେଇ ପୋକ୍ସୋ ଆକ୍ଟ ସହ ଆଇପିସି ଧାରା ୩୨୮, ୩୪୨, ୩୬୩, ୩୭୬(ଡ଼ି)ରେ ପୁଲିସ ମାମଲା ରୁଜୁ କରିଛି। ଏଥିସହିତ ଫେରାର ଥିବା ଅନ୍ୟ ୨ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।