ସୌନ୍ଦର୍ଯ୍ୟ ପାଇଁ ହଳଦୀ ଓ ଡ଼ାଲଚିନି

ହଳଦୀରେ ଅନେକ ଔଷଧୀୟ ଗୁଣ ଥାଏ। ବ୍ରଣକୁ ଶୀଘ୍ର ଠିକ୍ କରିବା ପାଇଁ ବିଶେଷଜ୍ଞମାନେ ଆଣ୍ଟିବାୟୋଟିକ ଗୁଣ ଥିବା ଉତ୍ପାଦଗୁଡ଼ିକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। ହଳଦୀକୁ ମଧ୍ୟ ଏକ ଆଣ୍ଟିବାୟୋଟିକ ଭାବରେ ବ୍ୟବହାର କରାଯାଏ। ୨ ଚାମଚ ଦହି, ୧ ଚାମଚ ହଳଦୀ ଓ ୧ ଚାମଚ ବେସନ ମିଶାଇ ସେଥିରେ ଗାଢ଼ା ଲେପ ପ୍ରସ୍ତୁତ କରି ମୁହଁ ଓ ବେକରେ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାପରେ ମଇଶ୍ଚରାଇଜର ଲଗାନ୍ତୁ। ଏହି ଫେସ୍ ପ୍ୟାକ୍‌କୁ ସପ୍ତାହରେ ଥରେ ବା ଦୁଇଥର ଲଗାନ୍ତୁ।

ଡ଼ାଲଚିନି- ଡ଼ାଲଚିନିରେ ଯେଉଁ ତତ୍ତ୍ୱ ମିଳେ ତାହା ଚେହେରାରେ ବ୍ରଣ ଦୂର କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଫଙ୍ଗଲ, ଆଣ୍ଟି-ଅକ୍ସିଡ଼େଣ୍ଟସ ଓ ଆଣ୍ଟି-ବ୍ୟାକ୍ଟରିୟଲ ଗୁଣ ଥାଏ। ଏହା ରକ୍ତ ସଞ୍ଚାଳନକୁ ସାମାନ୍ୟ କରିବାରେ ସାହାଯ୍ୟ କରେ। ଡ଼ାଲଚିନି ସହିତ ମହୁ ମିଶାଇ ରାତିରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ଓ ରାତିସାରା ରଖନ୍ତୁ। ସକାଳ ହେଲେ ମୁହଁକୁ ଧୋଇଦିଅନ୍ତୁ।