ଅଜବ ଦେଶର କାନୁନ

ଉତ୍ତର କୋରିଆ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। ସେ ଦେଶ ଯେତିକି ଅଜବ ସେତିକି ଅଜବ ସେ ଦେଶର କାନୁନ। ଆଶ୍ଚର୍ଯ୍ୟ କରିବା ପରି ଉତ୍ତର କୋରିଆର କେତେକ କାନୁନ ହେଲା:-

-ଯଦି ଉତ୍ତର କୋରିଆ ଯାଇଛନ୍ତି ତେବେ ସେଠାରୁ ଅନ୍ତଃରାଷ୍ଟ୍ରୀୟ କଲ୍‌ସ କରିବାକୁ ଅନୁମତି ନାହିଁ। ଯଦି କରିବେ ସେଥିପାଇଁ ଦଣ୍ଡ ବି ମିଳିପାରେ। ସେଠାରେ ଅନ୍ୟ କୌଣସି ଦେଶର ସଙ୍ଗୀତ ଶୁଣିବା ମନା।

-ଉତ୍ତର କୋରିଆର ନେତୃତ୍ୱ ବିରୁଦ୍ଧରେ କେହି ବି କିଛି କହିପାରିବେ ନାହିଁ। ତାନାଶାହ କିମ୍ ପରିବାର ବିରୁଦ୍ଧରେ କହୁଥିବା ଲୋକକୁ କଠୋର ଦଣ୍ଡ ମିଳିଥାଏ।

-ସେଠାରେ ପୁରୁଷମାନେ କେବଳ ସରକାରୀ ଚାକିରି କରିପାରିବେ ଓ କାର୍ ଚଳାଇବାର ଅଧିକାର ମଧ୍ୟ କେବଳ ପୁରୁଷମାନଙ୍କୁ ମିଳିଛି। ଏପରିକି ମହିଳା ଟ୍ରାଫିକ୍ ଅଫିସରମାନଙ୍କୁ ମଧ୍ୟ ଅନୁମତି ନାହିଁ। ସେଠାରେ ପ୍ରତି ୧୦୦ ଲୋକଙ୍କ ପିଛା ଗୋଟିଏ କାର୍‌ର ଅନୁପାତ ଅଛି।

-କିମ୍ ଜୋନଙ୍କ ପିତା ସିନିୟର କିମ୍ ଜୋନଙ୍କ ମୃତ୍ୟୁ ଦିବସ ଦିନକୁ (୮ ଜୁନ) ରାଷ୍ଟ୍ରୀୟ ଶୋକ ଦିବସ ଭାବରେ ଘୋଷଣା କରାଯାଇଛି। ସେହି ଦିନ ହସିବା, ପାର୍ଟି କରିବା ଓ ନାଚିବା ଉପରେ ପ୍ରତିବନ୍ଧ ଲଗାଯାଇଛି। ଏପରିକି ଆଲ୍‌କୋହଲ୍‌ର ସେବନ ବି କରିପାରିବେ ନାହିଁ। ଏହି ଦିନ ସାର୍ବଜନିକ ସ୍ଥାନରେ ସ୍ମିତହାସ୍ୟ ଓ ଉଚ୍ଚ ସ୍ୱରରେ କଥା କହିବାର ଅନୁମତି ମଧ୍ୟ ନାହିଁ।

-ଆଉ ଏକ ଅଜବ କାନୁନ ହେଉଛି ଯଦି କୌଣସି ବ୍ୟକ୍ତି ତା’ର ଉଚ୍ଚ ଅଧିକାରୀଙ୍କ ସାମ୍‌ନାରେ ମିଟିଂ ହେଉଥିବା ସମୟରେ ଶୋଇଲା ବା ଢ଼ୋଳେଇଲା ତେବେ ତାକୁ ତୁରନ୍ତ ମୃତ୍ୟୁ ଦଣ୍ଡ ମିଳେ। ପୂର୍ବରୁ କିମ୍ ଜୋନଙ୍କ ମିଟିଂରେ ଢ଼ୋଳେଇବା ଯୋଗୁଁ ରକ୍ଷା ମନ୍ତ୍ରୀକୁ ତୋପ ଦ୍ୱାରା ହତ୍ୟା କରାଯାଇଥିଲା।

-ଜିନ୍ସ ଇତ୍ୟାଦି ପିନ୍ଧିବା ଉପରେ ବି ରୋକ ଲାଗିଛି। ଜିନ୍ସ ପିନ୍ଧିବା ମାତ୍ରେ ଦଣ୍ଡ ମିଳିବ। କାରଣ ଜିନ୍ସକୁ ପୁଞ୍ଜିବାଦର ପ୍ରତୀକ ବୋଲି କୁହାଯାଏ।