ଅନ୍ତରୀକ୍ଷରେ ବ୍ୟାଙ୍କ

କିଛି ଲୋକ ନିଜ ବୁଦ୍ଧି ବଳରେ ଲକ୍ଷପତି ହୋଇଥାନ୍ତି। ଯିଏ ଅଧିକ ମହତ୍ତ୍ୱାକାଂକ୍ଷୀ ହୋଇଥାଏ ଓ ଅରବପତି ହେବା ପାଇଁ ସ୍ୱପ୍ନ ଦେଖୁଥାଏ ସେମାନେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ମାଧ୍ୟମରେ ସ୍ୱପ୍ନକୁ ପୂରା କରିଥାନ୍ତି। ଏମାନଙ୍କୁ ଟି-କ୍ଲବ୍‌ର ଲୋକ ବୋଲି କୁହାଯାଏ। କିନ୍ତୁ ଯଦି ଆହୁରି ଅଧିକ ଧନୀ ହେବାକୁ କେହି ଚାହୁଁଥାଏ ତେବେ ସେ ଅନ୍ତରୀକ୍ଷକୁ ଯିବା ଉଚିତ। ତାଙ୍କୁ ଅନ୍ତରୀକ୍ଷରେ ଥିବା ସେହି ଉଲ୍‌କାପିଣ୍ଡର ମାଲିକ ହେବାକୁ ପଡ଼ିବ ଯାହାକୁ ଆମ ସୌରମଣ୍ଡଳର ଚଳପ୍ରଚଳ ହେଉଥିବା ବ୍ୟାଙ୍କ ବୋଲି କୁହାଯାଉଛି। ଏହି ଉଲ୍‌କାପିଣ୍ଡ ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଘୂରୁଥିବା ଲକ୍ଷାଧିକ ଉଲ୍‌କାପିଣ୍ଡ ମଧ୍ୟରୁ ଅନ୍ୟତମ। ଏହାର ବିଶେଷତା ହେଉଛି ଏହି ଧାତୁର ଦାମ୍ ୧୦ କ୍ୱିଣ୍ଟିଲିୟନ୍।

୧୮୫୨ରେ ଏହି ଉଲ୍‌କାପିଣ୍ଡର ଅନ୍ୱେଷଣ ଜଣେ ଇଟାଲୀର ଖଗୋଳବିଜ୍ଞାନୀ କରିଥିଲେ । ସେ କହିଥିଲେ ଯେ ଏହି ଉଲ୍‌କାପିଣ୍ଡ ଆୟରନ୍‌, ନିକ୍‌ଲ ଓ ସୁନାରେ ତିଆରି ହୋଇଛି। ବୈଜ୍ଞାନିକମାନଙ୍କର ଧାରଣା ଯେ ଏହି ଉଲ୍‌କାପିଣ୍ଡ ଗୋଟିଏ ଭଗ୍ନ ଗ୍ରହର ମୂଳ ଅବଶେଷର ଅଂଶବିଶେଷ। ଅର୍ଥାତ ଏହା ଅନ୍ତରୀକ୍ଷରେ ଥିବା ପଥରର ଏକ ସମୂହ ଯାହା ଗୋଟିଏ ଗ୍ରହ ହେବାର ଥିଲା, କିନ୍ତୁ ଗ୍ରହ ହୋଇପାରି ନାହିଁ। ପୃଥିବୀରୁ ଉଲ୍‌କାପିଣ୍ଡଗୁଡ଼ିକ ଏପରି ତ ଅସ୍ପଷ୍ଟ ଦେଖାଯାଆନ୍ତି କିନ୍ତୁ ଯେତେବେଳେ ଏହି ଉଲ୍‌କାପିଣ୍ଡ ପୃଷ୍ଠରୁ ଆଲୋକ ପ୍ରତିଫଳିତ ହୋଇ ପୃଥିବୀକୁ ଆସିଲା ଓ ଏହାର ବିଶ୍ଳେଷଣ କରାଗଲା ସେ ସମୟରେ ଜଣାପଡ଼ିଲା ଯେ ଏହା ଧାତୁ ଭାବରେ କେତେ ସମୃଦ୍ଧ।