କରୋନା ରୋଗୀ ସୁସ୍ଥ ହେବାରୁ ତୁର୍କୀ ଡାକ୍ତରଙ୍କ ମୁନ୍ ୱାକ୍

ବ୍ୟୁରୋ: ତୁର୍କୀର ଜଣେ ଡାକ୍ତରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅଦନାନ ମେଣ୍ଡ୍ରେସ ଭୁରାଲ ନାମକ ଜଣେ ଡାକ୍ତର କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଗତ କିଛିଦିନ ହେବ ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିଲେ ଯାହାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିଲା। କିନ୍ତୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସଲା ଏବଂ ସେ ଭେଣ୍ଟିଲେଟରରୁ ବାହାରିଲେ ଡାକ୍ତର ଅଦନାନ ଖୁସିରେ ନାଚିବାକୁ ଲାଗିଲେ। ସେ ହସ୍ପିଟାଲରେ ସମସ୍ତଙ୍କ ସାମ୍ନାରେ ଏପରି ମୁନ୍ ୱାକ୍ କଲେ ଯାହାକୁ ଦେଖି ସେ ଜଣେ ଡାକ୍ତର ନା କଳାକାର ଜାଣିହେବ ନାହିଁ ।

ଡାକ୍ତରଙ୍କ କହିବାନୁସାରେ, ଏହି ରୋଗ ସହ ଲଢ଼ିବା ପାଇଁ ମନରେ ସକରାତ୍ମକ ଭାବନା ରଖିବା ନିହାତି ଦରକାର। ଯଦି ଆମେ ଇଚ୍ଛାଶକ୍ତିକୁ ସୁଦୃଢ଼ କରିବୁ ତେବେ ନିଶ୍ଚିତ ରୂପେ ଏହି ଲଢ଼େଇରେ ବିଜୟୀ ହେବୁ।