କରକା ମାଡ଼: ଫସଲ କ୍ଷତିର ଅନୁଧ୍ୟାନ କଲେ ବିଧାୟକ ଏବଂ ଜିଲ୍ଲା ବିଜେପି ସଭାପତି, ୩ ଦିନରେ ୨୦ ହଜାର ହେକ୍ଟର ଫସଲ କ୍ଷତି
ବରଗଡ଼,ଏନ୍ଏନ୍ଏସ୍: ଆଉ କିଛି ଦିନ ପରେ ରବି ଧାନ ଅମଳ ହେବ। ଏହି ସମୟରେ କରକା ମାଡ଼ ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି। ବରଗଡ଼ ଜିଲ୍ଲାରେ ୩ଦିନ ଧରି ହୋଇଥିବା କରକା ମାଡ଼ରେ ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଶନିବାର ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କ୍ଷୟକ୍ଷତି ଅନୁଧ୍ୟାନ କରି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି।
