ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଲକଡାଉନ ସମୟରେ ସର୍ତ୍ତମୂଳକ ଭାବେ କେତେକ ଦୋକାନ ଖୋଲା ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ ମିଳିଥିବା ବେଳେ ଏଥିରେ କେଉଁ କେଉଁ ଦୋକାନ ଖୋଲା ରହିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟସରକାରଙ୍କ ଦ୍ୱାରା ପଞ୍ଜିକୃତ ଦୋକନା ଗୃହ ଖୋଲିବାକୁ ଅନୁମତି ମିଳିଛି। ଗ୍ରାମାଞ୍ଚରେ ସମସ୍ତ ଦୋକାନ ଖୋଲାଯାଇପାରିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ କଲୋନୀରେ ଥିବା ଦୋକାନ ଖୋଲି ପାରିବ।
ଅନ୍ୟପଟେ ସପିଂମଲ ଓ ମାର୍କେଟ କମ୍ଲେକ୍ସ ଖୋଲିପାରିବ ନାହିଁ। ଏଥିସହ କଣ୍ଟେନମେଣ୍ଟ ଅଞ୍ଚଳମାନଙ୍କରେ କୌଣସି ଦୋକାନ ଖୋଲାଯିବ ନାହିଁ ଏବଂ ମଦ ଦୋକନା ବନ୍ଦ ରହିବ।
ତେବେ ଏହି ପରିପ୍ରେକ୍ଷୀରେ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ କାମ କରିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର।