ପରିବର୍ତ୍ତନ ହେଲା ନାମ, ତୁର୍କୀରୁ ହେଲା ତୁର୍କିଏ

ତୁର୍କୀ,ଏଜେନ୍ସି: ତୁର୍କୀ ନୁହେଁ ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ। ଜାତିସଂଘରେ ଦେଶର ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲା ତୁର୍କୀ। ଗତ ବୁଧବାର ତୁର୍କୀ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିନେଇଛି ଜାତିସଂଘ। ଏହାକୁ ନେଇ ଡିସେମ୍ବର ୨ ତାରିଖରୁ ୨୦୨୧ରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଦେଶର ବ୍ରାଣ୍ଡ ଭାଲ୍ୟୁ ବଢ଼ାଇବା ପାଇଁ ତୁର୍କୀ ସରକାର ନାମ ବଦଳାଇଛନ୍ତି।

ତୁର୍କିଏର ବୈଦେଶିକ ମନ୍ତ୍ରୀ ମେଭଲୁଟ୍‌ କାଭୁସୋଗ୍ଲୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ତୁର୍କୀ ତୁର୍କିଏ ନାମରେ ପରିଚିତ ହେବ। ଦେଶରେ ଏହା ରପବ୍ଲିକ୍‌ ଅଫ୍‌ ତୁର୍କିଏ ନାମ ଜଣାଯିବ। ଏହାକୁ ନେଇ ଜାତି ସଂଘର ଜଣେ ମୁଖପାତ୍ର କହିଛନ୍ତି ଯେ, “ଯେକୌଣସି ଦେଶ ନିଜ ନାମ ପରିବର୍ତ୍ତନ କରିବାକୁ ସ୍ବାଧୀନ। ସାଧାରଣତଃ ଏଭଳି ଦେଖିବାକୁ ମିଳନଥାଏ, କିନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ।”