ରାସ୍ତାର ୩୦ ଫୁଟ ତଳକୁ ଖସିଲା ଟ୍ରକ୍, ଜଣେ ମୃତ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଟାକୁଆ ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଟ୍ରକଟି ତାଳଚେରରୁ କୋଇଲା ନେଇ ଯାଉବେଳେ ଟାକୁଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ୩୦ ଫୁଟ ତଳକୁ ଖସିପଡିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।