ଅଟୋ ଉପରେ ମାଡ଼ିଗଲା ଟ୍ରକ୍‌; ୩ ମୃତ

କୋରାପୁଟ,ଏନ୍ଏନ୍ଏସ୍: ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେଇ ତା ଉପରେ ଚଢିଯାଇଥିବା ଜଣାପଡ଼ିଛି। ଫଳରେ ଅଟୋରେ ଯାତ୍ରା କରୁଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ସମସ୍ତ ଆହତଙ୍କ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।