ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳ ଧାନଚାଷ ପାଇଁ ସାରା ରାଜ୍ୟରେ ବେଶ ନାମ କମାଇ ଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ବର୍ଷ ରବି ଋତୁରେ କେନ୍ଦୁଗୁଡା ବଡନାଳ ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ପାଣି ଯୋଗାଇ ଦେଇ ନପାରିବାରୁ ଏହି ଅଞ୍ଚଳରେ ହେବାକୁ ଥିବା ୪ ହଜାର୯୫୦ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇନପାରି ପଡିଆ ପଡିଛି। କେନ୍ଦୁଗୁଡ଼ା ବଡ଼ନାଳ ଜଳ ସେଚନ ପ୍ରକଳ୍ପ ହେଉଛି ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳର ଲାଇଫ ଲାଇନ। କେନ୍ଦୁଗୁଡା ଜଳ ସେଚନ ପ୍ରକଳ୍ପ ରିହିଛି କିନ୍ତୁ ଚାଷୀ କୁଳକୁ ହିତରେ ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି।
ଚଳିତ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପରୁ ଜଳ ଯୋଗାଣ ନହେବା ଯୋଗୁଁ ଚାଷୀ ମାନେ ଚାଷ କରିପାରିନାହାନ୍ତି। ପଦ୍ମପୁର ବ୍ଲକ୍ କେନ୍ଦୁଗୁଡା ଠାରେ ବଡନାଳ ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଜଳ ସେଚନ ପ୍ରକଳ୍ପ ହେବାର କିଛି ବର୍ଷଠାରୁ ପ୍ରକଳ୍ପରେ ପାଣି ଲିକେଜ୍ ହେଉଛି। ଯାହା ଦ୍ବାରା ଡ୍ୟାମ୍ରେ ଅସାନୁ ରୂପ ପାଣି ରହିପାରୁନି। ରାୟଗଡା ଜିଲ୍ଲାର ପଦ୍ମପୁର କେନ୍ଦୁଗୁଡା ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ଏବେ ପାଣିର ଅଭାବ ଦେଖାଦେଉଛି। ସୂଚନା ଅନୁଯାୟୀ ୧୯୮୧ ମସିହାରେ ସରକାର କେନ୍ଦୁଗୁଡା ଠାରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରି ଦୀର୍ଘ ୧୪ ବର୍ଷ ପରେ ୧୯୯୫ ମସିହାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ୧୯୯୭ ମସିହା ଫେବୃଆରୀ ୧୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ ଉଦ୍ଘାଟନ କରି ଚାଷୀ ମାନଙ୍କୁ ଜଳସେଚିତ କରିଥିଲେ।
