ବ୍ରେକ୍ ଫେଲ ହୋଇ ଘାଟିକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲପର ଗୁରୁତର

କେନ୍ଦୁଝର,ଏନ୍ଏନ୍ଏସ୍: ଟାଉନ ଥାନା ଜୁଆଡି ଘାଟି ତଳକୁ ଖସିଲା ଟ୍ରକ। ଡ୍ରାଇଭର ମୃତ ଓ ହେଲପର ଗୁରୁତର। ଆଜି ସକାଳୁ କୋଲକାତା ଅଭିମୁଖେ ଯାଉଥିବା ଟ୍ରକଟି ବ୍ରେକ୍ ଫେଲ ହୋଇଯିବାରୁ ଘାଟି ତଳକୁ ଖସିପଡିଥିବା ଜଣାପଡିଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ।

ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଟ୍ରକ ତଳେ ଚାପି ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ହେଲପରଙ୍କ ଚିକିତ୍ସା ଜାରି ରହିଛି।